ଭାଷା ଓ ସାହିତ୍ୟ

ପ୍ରଜା ଲାଗି ରଜା ଶାସ୍ତ୍ରର ବିଧାନ

<ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ>

ପ୍ରଜା ଲାଗି ଉଦେ ରବି, ଶଶୀ,ତାରା, ପ୍ରଜା ଲାଗି ନଦୀ ବହେ ଶତ ଧାରା। ପ୍ରଜା ଲାଗି ଇନ୍ଦ୍ର କରେ ଜଳ ବୃଷ୍ଟି,
ପ୍ରଜା ପାଇଁ ସିନା ପ୍ରଜାପତି ସୃଷ୍ଟି। ପ୍ରଜା ଲାଗି ରାଜା ରାଜ୍ୟର ଶାସନ, ଯୁଗେଯୁଗେ ଏହା ଶାସ୍ତ୍ରର ବିଧାନ।
ଆମ ଭାରତୀୟ ସଂସ୍କୃତୀରେ ରଜା ମାନଙ୍କୁ ସେମାନଙ୍କର ପ୍ରଜାଙ୍କୁ ପୁତ୍ରବତ୍‍ ପାଳନ କରିବା ପାଇଁ ଉପଦେଶ ଦିଆ ଯାଇଛି। ସେଥିପାଇଁ କୁହାଯାଏ ରାଜ୍ୟର ପାପ ରଜା ମୁଣ୍ଡରେ ଯାଏ। ରାମରାଜ୍ୟରେ ରାମଙ୍କର ପ୍ରଜା ରଞ୍ଜନ କିମ୍ବଦନ୍ତୀ ରୁପେ ରହିଅଛି। କାଳକ୍ରମେ ସମୟ ବଦଳି ଗଲା। ଶାସକ ମାନେ ସ୍ୱେଚ୍ଛାଚାରୀ ଓ ପ୍ରଜାପିଡକ ହେଲେ। ରାଜ୍ୟର ଧନ କୁ ନିଜର ସ୍ୱାର୍ଥ ପାଇଁ ଉଡାଇଦେଲେ। ବିଦେଶି ଶାସନ ପରେ ଭାରତରେ ସ୍ୱଦେଶୀ ଗଣତନ୍ତ୍ର ଶାସନ ପ୍ରତିଷ୍ଠା ହେଲା। ଗଣତନ୍ତ୍ର କୁ ଲୋକମାନଙ୍କର ଶାସନ, ଲୋକମାନଙ୍କ ଦ୍ୱାରା ଶାସନ ଓ ଲୋକମାନଙ୍କ ପାଇଁ ଶାସନ କୁହାଯାଏ। ଗଣତନ୍ତ୍ରରେ ଭୟର ସ୍ଥାନ ନାହିଁ। ଶାସକ ମାନେ ପ୍ରଜା ମାନଙ୍କ ମନରେ ଭୟ ସଞ୍ଚାର ନକରାଇ ଲୋକଙ୍କ ମନ ଜିଣି ଶାସନ କରନ୍ତି। ଏହା ହିଁ ଗଣତନ୍ତ୍ର ର ଚମତ୍କାରୀତା।
ବର୍ତମାନ ଆମ ରାଜ୍ୟରେ ବିଭିନ୍ନ ଲାଇସେନ୍ସ ହେଲମେଟ୍‍ ରେଜିଷ୍ଟ୍ରେସନ୍‍ ଆଳରେ ନାଗରୀକ ମାନଙ୍କୁ ଯେପର ି ଭୟଭିତ କରା ହେଉଛି ତାହା ଗଣତନ୍ତ୍ର ଶାସନ ପାଇଁ ଶୁଭଙ୍କର ନୁହେଁ। ରାତା ରାତୀ ଲମ୍ବା ଧାଢି ହେଲା ଭଳି ୭୦ ବର୍ଷର ଅଳିଆକୁ ସରକାର ଗୋଟିଏ ଦିନରେ ସଫା କରିବାକୁ ଚାହୁଁଛନ୍ତି। ଗୋଟାଏ ଅଟୋରିକ୍ସା କୁ ଧରି ୪୦ ହଜାର ଟଙ୍କା ଫାଇନ୍‍ କରି ସରକାର ବାଃ ବାଃ ନେଉଛନ୍ତି। ମାତ୍ର ସେମାନେ ବୁଝି ପାରୁଛନ୍ତି କି ଯେଉଁ ଅଟୋରିକ୍ସା ବାଲା ୪୦ ହଜାର ଟଙ୍କା ଫାଇନ୍‍ ଦେଲା ତାର ପରିବାର ଲୋକମାନେ କିଭଳି ଭୋକ ଉପାସରେ କାଳ କାଟୁଛନ୍ତି? ବର୍ତମାନ ଲାଇସେନ୍ସ ପାଇଁ ଆର.ଟି.ଓ ଅଫିସରେ ଯେଉଁ ଭିଡ ସମସ୍ତେ ଦେଖୁଛନ୍ତି। ପେଟ ପାଟଣା ପାଇଁ ଲୋକମାନେ ସବୁଦିନ ଦୌଡୁୁଛନ୍ତି। ଦିନେ ବନ୍ଦ ହେଲେ ସେଦିନ ଚୁଲି ଅଜଳା। ଏକବିଂଶ ଶତାଦ୍ଦୀରେ ଗୋଟାଏ ଲାଇସେନ୍ସ ପାଇଁ ଜଣେ ଲୋକ ଦିନ ଦିନ ଧାଇଁବ। ସକାଳୁ ସଞ୍ଜ ଯାଏ ଲାଇନ ରେ ଠିଆ ହେବ। ସେ ଯେଉଁ ଦିନ ଯାକ କାମ ବନ୍ଦ କଲା ତା ପରିବାର ସେଦିନ କଣ ଖାଇବେ? ଲାଇସେନ୍ସ ଭଳି ଏକ ଛୋଟ ଜିନୀଷ ପାଇଁ ଦିନ ଦିନ ବନ୍ଦ ହେବାର କଣ ଯଥାର୍ଥତା ଅଛି? ଗାଡି ସଂଖ୍ୟା ଯେଭଳି ବଢୁଛି ସେସବୁର କାଗଜ ପତ୍ର କାମ କରିବାକୁ ସରକାରଙ୍କ ସାମର୍ଥ୍ୟ ନାହିଁ। ସେହି ସବୁ କାମ ବିଭିନ୍ନ ବୈଷୟିକ ଶିକ୍ଷାପ୍ରାପ୍ତ ବେସରକାରୀ ଅନୁିଷ୍ଠାନକୁ ଦେଇଦେବା ଉଚିତ୍‍। ଟ୍ରାକ୍‍ଟର ବାଲା ଟିଏ ତା ଗାଡିରେ ବାଲି ଓ ପଥର ବୋହି ପେଟ ପୋଷେ। ପରମିଟ୍‍ ଟିଏ ପାଇଁ ଗଲେ ଦିନ ଦିନ ଲାଗିଯାଏ। ଲାଞ୍ଚ ନଦେଲେ କିଛି ହୁଏନା। ଏସବୁ କାମରେ ଅଫିସରେ କଣ ହୁଏ ତାହା ସମସ୍ତେ ଜାଣନ୍ତି। ବାଲି ବୋଝେଇ ଟ୍ରକ୍‍ କୁ ଜବତ୍‍ କରି ୩୦ ହଜାର ଟଙ୍କା ଜୋରିମାନା ପକାଇ ବାହାଦୁର ନେବାର କଣ ଯଥାର୍ଥତା ଅଛି?ଗୋଟିଏ ପରିବାର ଅନାହାର ମ୍ମକୁ ଠେଲି ହୋଇଯାଉଛନ୍ତି। ସେହିଭଳି ଗୋଟିଏ ଛୋଟ ପାଥଲାବ କରି ଅନେକ ବେକାର ପିଲା ପେଟ ପୋଷୁଛନ୍ତି। ତାଙ୍କୁ କୁହାଯାଉଛି ଗୋଟିଏ ଡାକ୍ତର ଆଣ। ଶୌଚାଳୟ ରଖ। ନିଜେ ସରକାର ଦୁଇ ଲକ୍ଷ ଟଙ୍କା ମାସିକ ଦରମା ଦେଲେ ମ୍ମ ଡାକ୍ତର ମିଳୁନାହାନ୍ତି। ସରକାର ଙ୍କର କୈାଣସି ପାଥୋଲ୍ୟାବ୍‍ ରେ ଶୈାଚାଳୟ ବ୍ୟବସ୍ଥା ନାହିଁ। ଅଗ୍ନିଶମ ଓ ପରିବେଶ ବିଭାଗ ଲାଞ୍ଚ ପାଇଁ ଚାହିଁ ବସିଛନ୍ତି। ହାବୁଡରେ ପଡିଲେ ମାଡି ବସିବେ। ନିଜେ ସରକାର ଦୁର୍ନିତି ମୁକ୍ତ ବୋଲି କହିପାରିବେ କି? ସବୁ କ୍ଷେତ୍ରରେ ଦୁର୍ନିତି ଭରି ଗଲାଣି। ଲୋକମାନେ ତ୍ରାହି ତ୍ରାହି ଡାକିଲେଣୀ। ଏ କ୍ଷେତ୍ରରେ ସରକାରଙ୍କ ଜୁଲମ ଅନାହାର ଓ ଗରୀବଙ୍କ ସଂଖ୍ୟା ବଢେଇବାରେ ସହାୟକ ହେଉଛି।
ଗୋଟିଏ କାହାଣୀ ଅଛି। ପିଲାଟିଏ ପିଲା ଦିନୁ ଚୋରି ଶିଖିଲା। ମା’ତାକୁ ଆକଟ ନକରି ପ୍ରଶଂସା କରେ। ଚୋରା ମାଲକୁ ଘରେ ସାଇତି ରଖେ। ନିଜ ପୁଅର ପାରିଲାପଣିଆ ଗାଁ ଦାଣ୍ଡ ରେ କହିବୁଲେ, ଶେଷକୁ ସେ ବଡ ଚୋର ହେଲା। ଧରା ପଡି ଫାଶି ପାଇଲା। ଫାଶି ପାଇଲା ଆଗରୁ ତାକୁ ନ୍ୟାୟପତି ପଚାରିଲେ ତୋର କଣ ଶେଷ ଇଚ୍ଛା? ପିଲାଟି କହିଲା ମୋ ମା’ କୁ ମୋ ପାଖକୁ ଆଣ। ମା’ ଯେମିତି ଆସିଲା ପିଲା ତା ନାକ କୁ କାମୁଡି ଛିଣ୍ଡାଇ ଦେଲା। କହିଲା ପିଲା ଦିନୁ ଯଦି ମୋତେ ଆକଟ କରିଥାନ୍ତୁ ତାହେଲେ ମୁଁ ଆଜି ଫାଶି ପାଇ ନଥାନ୍ତି।
୭୦ ବର୍ଷ ହେଲା ଆମେ ସ୍ୱାଧିନତା ପାଇଲେ। ଲୋକମାନଙ୍କୁ ଠିକ୍‍ ବାଟ ଦେଖାଇବା ଦାୟିତ୍ୱ ନେତା ଓ ପ୍ରଶାସକଙ୍କ ର ଥିଲା। ସେତେବେଳେ ସେମାନେ ନିଜେ ଆଇନ ଭାଙ୍ଗିଲେ। କ୍ଷମତା ପ୍ରୟୋଗ କରି ସବୁ ବେଆଇନ୍‍ କାମ କଲେ। ଇଲେକ୍ଟ୍ରି୍‍ ବିଲ ଦେଲେନି। ନିଜେ ହେଲମେଟ୍‍ ପିନ୍ଧିଲେନି। ଏଭଳି କି କେତେକ ଅହଂକାରରେ ଗାଡିରେ ନମ୍ବର ପ୍ଲେଟ୍‍ ମଧ୍ୟ ଲଗାଇଲେ ନାହିଁ। ସମୟ ସରିଲା ପରେ କ୍ୱାର୍ଟର ଛାଡିଲେନି। ଭଡା ଦେଲେନି। ସରକାରୀ ଜମି ହଡପ୍‍ କଲେ। ଲୋକଙ୍କୁ ରାସ୍ତା ରୋକ, ଟାୟାର ଜଳା, ଅଫିସରେ ପଶି ଭଂଗା ରୁଜା, ପୋଲିସ ଉପରକୁ ଟେକା ଫୋପଡା, ଗାଡି କାଚ ଭଂଗା କରାଇଲେ। ତାଙ୍କ ଠାରୁ ଲୋକ ଆଉ କଣ ଶିଖିଥାଆନ୍ତେ? ଶହ ଶହ ସମାବେଶରେ ଯେଉଁ କର୍ମି ଯାଆନ୍ତି କେଇ ଜଣ ମୁଣ୍ଡରେ ହେଲମେଟ୍‍ ପିନ୍ଧନ୍ତି? ଆଜି ଯେଉଁ ମନ୍ତ୍ରୀ କଠୋର ଆଇନ କରିବେ ବୋଲି ଧମକ ଦେଉଛନ୍ତି, ତାଙ୍କ କର୍ମିମାନେ ହେଲମେଟ୍‍ ପିନ୍ଧୁଥିଲେ କି? କୌଣସି ନେତା କେବେ କୌଣସି ସମାବେଶରେ ଲୋକଙ୍କୁ ନାଗରୀକ କର୍ତବ୍ୟ ବିଷୟରେ କହିଛନ୍ତି କି? ଶହ ଶହ ସମାବେଶ ପରେ ପଡିଆ ରେ କେତେ ଖଲି ପତ୍ର, କେତେ ପ୍ଲାଷ୍ଟିକ୍‍ ପାଉଚ୍‍ ପଡିଥାଏ, ତାହା ସମସ୍ତେ ଜାଣନ୍ତି। ଏଗୁଡିକ ସଫା ପାଇଁ କହିବା ନେତାଙ୍କର ଦାୟିତ୍ୱ ନୁହେଁ କି ?
ଆଜି ସରକାର ହାତରେ କ୍ଷମତା ଅଛି। ସେମାନେ ହଜାର କଣ ଲକ୍ଷ ଟଙ୍କା ବି ଫାଇନ୍‍ ଆଦାୟ କରି ପାରିବେ। ପ୍ରଜା ମାନେ ମୁକ ଓ ପଥର। ସେମାନେ ସବୁ ସହିବେ। ସେମାନେ ମୁସଲମାନ୍‍, ମୋଗଲ, ମରହଟ୍ଟା ଆଦି ସମସ୍ତଙ୍କ ଅତ୍ୟାଚାର ସହିଛନ୍ତି। ଆଜି ବି ସହିବେ। ନିଜକୁ ଠିକ୍‍ ନକରି ଲୋକଙ୍କ ଉପରେ ନିର୍ଯାତନା ଲଦିଦେଲେ ଭବିଷ୍ୟତରେ ସେଭଳି ଶାସନ ରହିବ ନାହିଁ। ଶରବିଦ୍ଧ କ୍ରୈାଞ୍ଚ କୁ ଦେଖି କ୍ଷୋଭ ରେ ବାଲ୍ମିକ ସେଦିନ ଗାଇଥିଲେ।
।। ମା ନିଷାଦ ପ୍ରତିଷ୍ଠା ତ୍ୱଂ ଗମ ସାଶ୍ୱତଃ ସମାଃ।ା
କାମ ବିଧୂର କୈା୍ରଞ୍ଚ ଦମ୍ପତି ଙ୍କ ମଧ୍ୟରୁ ଜଣଙ୍କୁ ବଧ କରି କେଉଁ ସାଶ୍ୱତ ଯଶ ତୁ ପାଇଲୁ, ହେ ବ୍ୟାଧ।
ସେହି ଭଳି ଗୋଟିଏ ଗରିବ ଅଟୋ ରିକ୍ସା ବାଲାକୁ ଚାଳିଶି ହଜାର ଟଙ୍କା ଜୋରିମାନା କରି କେଉଁ ମହତ କାମ ଏ ସରକାର କଲେ। ଏହା ହିଁ ଆମର ପ୍ରଶ୍ନ୍ର।

Show More

Related Articles

Back to top button